ଉତ୍ତରପ୍ରଦେଶ: ଅଯୋଦ୍ଧାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଦର୍ଶନ ଏବେ ଖୁବ୍ ସହଜରେ ହୋଇପାରିବ । ଅଯୋଦ୍ଧାରେ ଆଜିଠୁ ହେଲିକପ୍ଟର ସେବା ଆରମ୍ଭ ହୋଇଛି ଯାହାକି ଶ୍ରଦ୍ଧାଳୁଙ୍କୁ ଅଯୋଦ୍ଧା ଧାମ ଦର୍ଶନ କରାଇବ । ରାମ ମନ୍ଦିରର ଗର୍ଭ ଗୃହର ଦର୍ଶନ ଜାନୁଆରୀ ୨୦୨୪ରେ ଆରମ୍ଭ ହେବ । କିନ୍ତୁ ଏବେ ଶ୍ରଦ୍ଧାଳୁମାନେ ନିର୍ମାଣଧୀନ ମନ୍ଦିରର ଦର୍ଶନ ଆକାଶ ମାର୍ଗରୁ କରିପାରିବେ । ହେଲିକପ୍ଟର ସାହଯ୍ୟରେ ନିର୍ମାଣଧୀନ ରାମ ମନ୍ଦିରର ଦର୍ଶନ କରିବା ସହ ଅଯୋଦ୍ଧା ନଗରୀ ମଧ୍ୟ ଦେଖିହେବ ।
ଉକ୍ତ ହେଲିକପ୍ଟରରେ ଥରକେ ୭ଜଣ ଯାତ୍ରା କରିପାରିବେ । ଏହି ଯାତ୍ରା ୮ ମିନିଟ ପାଇଁ ହେବ ଏବଂ ଏଥିଲାଗି ଯାତ୍ରୀଙ୍କୁ ୩ ହଜାର ଟଙ୍କା ଭୋରିବାକୁ ପଡ଼ିବ । ହେଲିକପ୍ଟର ଜରିଆରେ ଅଯୋଦ୍ଧାରେ ସରୟୁ ନଦୀ, ରାମଜନ୍ମ ଭୂମି, ହନୁମାନ ଗଢ଼ୀ ଓ ଅଯୋଦ୍ଧାର ଅନ୍ୟ ମନ୍ଦିରର ଦର୍ଶନ କରିହେବ । ଏହି ହେଲକପ୍ଟ ସେବା ଉତ୍ତରପ୍ରଦେଶର ପର୍ଯ୍ୟଟନ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି । ଏହି ସେବା ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ରାମ ନବମୀକୁ ଦୃଷ୍ଟିରେ ରଖି ସେବା ୧୫ ଦିନ ପାଇଁ ଆରମ୍ଭ କରାଯାଇଛି । ଆଉ ଆଗାମୀ ଦିନରେ ଭିଡ଼ ଦେଖି ନିଷ୍ପତ୍ତି ନିଆଯିବ ।