ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ ଦିଆଯାଇଛି । ସଂସଦ ସଦସ୍ୟତା ଯିବା ପରେ ଲୋକସଭାର ହାଉସ କମିଟି ଏହି ନୋଟିସ ଜାରି କରିଛନ୍ତି । ରାହୁଲଙ୍କୁ ଏପ୍ରିଲ ୨୨ ସୁଦ୍ଧା ସରକାରୀ ବାସଭବନ ଛାଡ଼ିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ସୁରତର ଏକ ଅଦାଲତ ‘ମୋଦୀ ସରନେମ’ ସମ୍ବନ୍ଧୀୟ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉକ୍ତ ମାମଲାରେ ତାଙ୍କୁ ୨ ବର୍ଷ ସଜା ସହ ୧୫ ହଜାର ଟଙ୍କା ଜୋରିମାନା ଆଦେଶ ଦିଆଯାଇଛି । ଏହାପରେ ତାଙ୍କୁ ସାଂସଦ ଭାବେ ଆଯୋଗ୍ୟ ମଧ୍ୟ ଘୋଷିତ କରାଯାଇଛି ।