ନବରଙ୍ଗପୁର,ଏନ୍ଏନ୍ଏସ୍: ରାଜ୍ୟ ସଂଘର ନିଷ୍ପତ୍ତି ଅନୁସାରେ ନବରଙ୍ଗପୁର ଜିଲ୍ଲାରେ ଏକ ମିଳିତ ଅମଲା ମଞ୍ଚ ଗଠନ କରାଯାଇଛି । ଏହି ବୈଠକରେ ସର୍ବସମ୍ମତିକ୍ରମେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ଉପସ୍ଥିତିରେ କୈଳାଶ ଚନ୍ଦ୍ର ଦାସଙ୍କୁ ନବରଙ୍ଗପୁର ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଏବଂ ଏମ୍ ବାଲକୃଷ୍ଣ ରାଓଙ୍କୁ ଆବାହକ ଭାବେ ମନୋନୀତ କରାଯାଇ ପ୍ରତ୍ୟେକ ବିଭାଗରୁ ମିଳିତ ଅମଲା ମଞ୍ଚର ପ୍ରତିନିଧି ଭାବେ ମନୋନୀତ କରାଯାଇଥିଲା । ଦାବୀ ପୂରଣ ଦିଗରେ ରାଜ୍ୟ ମିଳିତ ଅମଲା ସଂଘ ଯାହା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ, ତାହାକୁ ଜିଲ୍ଲାସ୍ତରରେ ବ୍ୟାପକ କରିବା ପାଇଁ ଉପସ୍ଥିତ ସଭ୍ୟମାନେ ନିଷ୍ପତ୍ତି ନେଇଥିଲେ । ଦାବୀ ପୂରଣ ନହେଲେ କଲମ ଛାଡ଼ିବା ପାଇଁ ଆନ୍ଦୋଳନ କରାଯିବ ବୋଲି ଆଲୋଚନା ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲା ୱାରି ସମସ୍ତ ସମ୍ଭବାପନ୍ନ ଅମଲା ସଂଘକୁ ନେଇ ମିଳିତ ମଞ୍ଚ ଗଠନ କରାଯିବା ସହ ବୈଠକର ବିବରଣୀ ଏକକିତା ନକଲ ରାଜ୍ୟ ଅମଲା ମିଳିତ ମଞ୍ଚ ନିକଟକୁ ପଠାଯିବ ବୋଲି ଓଡ଼ିଶା ରାଜସ୍ୱ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ସୂଚନା ଦେଇଛନ୍ତି । ସମସ୍ତ ମତଭେଦକୁ ଭୁଲି ଜିଲ୍ଲାସ୍ତରୀୟ ଅମଲାଙ୍କ ସମୂହିକ ସ୍ୱାର୍ଥ ହାସଲ କରିବା ପାଇଁ ଏକ ହୋଇ ମିଳିତ ମଞ୍ଚ ଗଠନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ସମସ୍ତେ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀଳାଞ୍ଚଳ ପଣ୍ଡା, ଯାଦବ ନାୟକ, ମଧୁସ୍ମିତା ଖୋସ୍ଲା, ଆଶୁତୋଷ ମହାନ୍ତି, ଦିଲ୍ଲୀପ କୁମାର ସାହୁ, ଦେବେନ୍ଦ୍ର ବିଶୋଇ, ସୁରଜ କୁମାର ସ୍ୱାଇଁ ଓ ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।