ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ମୁଖ୍ୟାଳୟ କଲ୍ୟାଣ ମଣ୍ଡପରେ ସାମାଜିକ ଅନୁଷ୍ଠାନ “ହାପୀ ଟୁ ହେଲ୍ପ ଫାଉଣ୍ଡେସନ’ର ସାମାଜିକ କାର୍ଯ୍ୟରେ ଯୁବ ଦକ୍ଷତା ପ୍ରତିପାଦନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦେବଗଡ଼ ସହରରେ କାର୍ଯ୍ୟ କରିଆସୁଥିବା ଏହି ଫାଉଣ୍ଡେସନ ଦେବଗଡ଼ର ପୁରପଲ୍ଲୀରେ ସାମାଜିକ କାର୍ଯ୍ୟରେ ଯୁବଗୋଷ୍ଠୀଙ୍କୁ ସାମିଲ କରି ଉତ୍ସାହିତ କରିବା ସହ ସାମାଜିକ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ଶୁକଦେବ ଭଞ୍ଜ, ସାଧାରଣ ସମ୍ପାଦକ ଆଲୋକ ଅମାତ, କୋଷାଧ୍ୟକ୍ଷ ବିଷ୍ଣୁ ନାୟକଙ୍କ ସହ ସଂଗଠର ଆଇନ ପରାମର୍ଶଦାତା ବିକାଶ ପ୍ରଧାନ, ଉପଦେଷ୍ଟା ଅମରେନ୍ଦ୍ର ଗଙ୍ଗଦେବ, ଇଂ ଚିତ୍ତରଞ୍ଜନ ପ୍ରଧାନ ଓ ରାଜକିଶୋର ଦାସ ପ୍ରମୁଖଙ୍କ ଆବାହନକ୍ରମେ ସମସ୍ତ ପଞ୍ଚାୟତରୁ ୫ରୁ ୧୦ଜଣ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ । ଏହି ପରିପ୍ରେକ୍ଷୀରେ କୋଲହବସା ପଞ୍ଚାୟତର ଚଡ଼କମରା ଗ୍ରାମର ବିରଞ୍ଚି କିସାନ ଓ ପାର୍ବତୀ କିସାନଙ୍କ ୧୭ ମାସର ଝିଅ ତିଳୋତ୍ତମା କିସାନଙ୍କ ଟ୍ୟୁମର ଚିକିତ୍ସା ପାଇଁ ୫ ହଜାର ଟଙ୍କା ଅର୍ଥରାଶି ସହିତ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ଫାଉଣ୍ଡେସନ ବହନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଆଗାମୀ ଦିନରେ ଦେବଗଡ଼ର ରାକ୍ତଭାବ ଦୂର କରିବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।