୪ ରାଜ୍ୟରେ ବିଜେପିର ନୂଆ ସଭାପତି

ନୂଆଦିଲ୍ଲୀ: ୪ଟି ରାଜ୍ୟରେ ବିଜେପି ପକ୍ଷରୁ ନୂଆ ସଭାପତି ନିଯୁକ୍ତ କରାଯାଇଛି । ଏଥିରେ ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଓ ବିହାର ସାମିଲ ରହିଛି । ଓଡ଼ିଶାରେ ମନମୋହନ ସାମଲ, ରାଜସ୍ଥାନରେ ସିପି ଯୋଶୀ, ବିହାରରେ ସମ୍ରାଟ ଚୌଧୁରୀ ଓ ଦିଲ୍ଲୀରେ ବୀରେନ୍ଦ୍ର ସଚ୍ଚଦେବା ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଉପରୋକ୍ତ ସମସ୍ତ ନୂଆ ସଭାପତିଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିଯୁକ୍ତି ପ୍ରଦାନ କରିଛନ୍ତି ।