ନୂଆଦିଲ୍ଲୀ,ଏଜେନ୍ସି: ଆଇବିଏ ବିଶ୍ବ ମୁଷ୍ଟିଯୁଦ୍ଧ ଚାମ୍ପିଅନସିପରେ ଭାରତର ୪ଟି ପକ୍କା ହୋଇଛି । ୩ ଥର ବିଶ୍ବ ଚାମ୍ପିଅନସିପ ପଦକ ବିଜେତା ଲଭଲିନା ବୋର୍ଗୋହେଁ ସେମିରେ ପ୍ରବେଶ କରିଛନ୍ତି । ସେହିପରି ୫୦କିଲୋ ବର୍ଗରେ ଡିଫେଣ୍ଡିଂ ଚମ୍ପିଆନ ନିଖତ ଜରିନ ବିଜୟ ହାସଲ କରି ସେମିରେ ସ୍ଥାନ ପକ୍କା କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ନିତୁ ଓ ଏସୀୟ ଚାମ୍ପିଅନ ସ୍ବିଟି ବୁରା ବିଜୟଧାରା ଜାରି ରଖି ସେମିରେ ସ୍ଥାନ ପକ୍କା କରିଛନ୍ତି । ଭାରତ ପାଇଁ ୪ ପଦକ ପକ୍କା କରିଛନ୍ତି ଏହି ୪ ମୁଷ୍ଟିଯୋଦ୍ଧା । ଦିଲ୍ଲୀର କେଡି ଯାଦବ ଷ୍ଟାଡିୟମରେ ବିଶ୍ବ ବକ୍ସିଂ ଚାମ୍ପିଅନସିପ ଚାଲିଛି ।
ଟୋକିଓ ଅଲମ୍ପିକ୍ସରେ ପଦକ ଜିତି ସାରିଥିବା ଲଭଲିନା ୭୫ କିଲୋ ବର୍ଗ କ୍ବାର୍ଟର ଫାଇନାଲରେ ମୋଜାମ୍ବିକର ଆଡୋସିନା ରାଡି ଗ୍ରାମେନଙ୍କୁ ହରାଇଥିଲେ । ସେମି ଫାଇନାଲରେ ୭୫ କିଲୋ ବର୍ଗରେ ୫-୦ରେ ଜର୍ମାନୀରେ ଗ୍ରାମନେ ମୋଜାମ୍ବିକ୍ୟୁଙ୍କୁ ହରାଇ ସେମିରେ ସ୍ଥାନ ପକ୍କା କରିଛନ୍ତି । ଲଭଲିନା ଦୁଇଥର ଅଲମ୍ପିକ୍ସ ମେଡାଲ ଜିତିଛନ୍ତି । ସେହିପରି କ୍ବାର୍ଟର ଫାଇନାଲରେ ଦୁଇଥର ବିଶ୍ବ ଚାମ୍ପିଅନସିପ ପଦକ ଜିତି ସାରିଥିବା ଥାଇଲାଣ୍ଡର ଚୁଥାମସ ରକ୍ସତଙ୍କୁ ୫-୨ରେ ପରାସ୍ତ କରିଥିଲେ ଜରିନ । ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମାତ୍ର ଶେଷରେ ବାଜି ମାରି ନେଇଥିଲେ ଜରିନ । ରକ୍ସତଙ୍କ ଆକ୍ରମଣକୁ ଅଟକାଇବାରେ ସଫଳ ହୋଇଥିଲେ ।
ସେହିପରି ୮୧ କିଲୋ ବର୍ଗରେ ଏସୀୟ ଚାମ୍ପିଅନ ସ୍ବିଟି ବୁରା ବେଲାରୁଷର ଭିକ୍ଟୋରିୟା କେବିକାଭାଙ୍କୁ ଏକତରଫା ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ବିଶ୍ବ ଚମ୍ପିଆନସିପରେ ସ୍ବିଟିଙ୍କର ଏହା ଦ୍ବିତୀୟ ପଦକ । ପୂର୍ବରୁ ୨୦୧୪ରେ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ହାସଲ କରିଥିଲେ । ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୪୮ କିଲୋ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ନିତୁ ଜାପାନାର ମଦୋକା ୱାଡାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚରେ ନିତୁଙ୍କ ଆକ୍ରମଣରେ ମୁକାବିଲା କରିପାର ନଥିଲେ ମଦୋକା । ଚମତ୍କାର ପ୍ରଦର୍ଶନ କରି ଏହି ୪ ମୁଷ୍ଟାଯୋଦ୍ଧା ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।