Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସିଆରପିଏଫର କୁମ୍ବିଂ ଅପରେସନ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଦିଗ୍ଧ ବ୍ୟକ୍ତି ଅଟକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସିଆରପିଏଫର କୁମ୍ବିଂ ଅପରେସନ ବେଳେ ବହୁ ସାମଗ୍ରୀ ଜବତ, ୧୧ ସନ୍ଦିଗ୍ଧ ବ୍ୟକ୍ତି ଅଟକ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ରେ କୋଟଗଡ଼ ସିଆରପିଏଫ ବାଟାଲିୟନ ଯବାନଙ୍କ କୁମ୍ବିଂ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣଙ୍କୁ ଅଟକ ରଖାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୪ ଦେଶୀ ବନ୍ଧୁକ, ୩ ଟାଙ୍ଗିଆ, ଗୋଟିଏ କଟୁରୀ, ରଞ୍ଜକ, ହେଡ ଲାଇଟ, ଥଳି ଓ ୨ଟି ମୋବାଇଲ ଫୋନ ଜବତ ହୋଇଥିବା ଜଣାପଡ଼ିଛି ।

ସିଆରପିଏଫ ସୂଚନାନୁଯାୟୀ, କୋଟଗଡ଼ ସିଆରପିଏଫ ଯବାନମାନେ ନିଜର ଦୈନିକ ରୁଟିନ ଅନୁସାରେ ମାଦାଗୁଡ଼ା ପଞ୍ଚାୟତର ଜରିଘାଟି ଗାଁ ନିକଟରେ କୁମ୍ବିଂ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲି ଯିବାକୁ ଉଦ୍ୟମ କରୁଥିବା ଦେଖିଥିଲେ । ଫଳରେ ସିଆରପିଏଫ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଥିଲା । ଉକ୍ତ ଅଞ୍ଚଳ ମାଓବାଦୀ ଅଞ୍ଚଳ ହୋଇଥିବାରୁ ଏହି ୧୧ଜଣ ବ୍ୟକ୍ତିଙ୍କ ସମ୍ପର୍କରେ ତନାଘନା ଜାରି ରହିଛି ।