ନବରାତ୍ରିରେ କାଶୀକୁ ମିଳିବ ୧୪୦୦ କୋଟି ଟଙ୍କାର ପରିଯୋଜନା

ନୂଆଦିଲ୍ଲୀ: ଚଳିତ ବର୍ଷ ଚୈତ୍ର ନବରାତ୍ରର ଶୁଭାରମ୍ଭ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ଗସ୍ତ କରିବେ । ଏହି ଅବସରରେ ମୋଦୀ କାଶୀରେ ପାଖାପାଖି ୧୪୦୦ କୋଟି ଟଙ୍କାର ୨୫ଟି ପରିଯୋଜନାର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ପ୍ରଥମ ଅର୍ବାନ ଟ୍ରାନ୍ସପୋର୍ଟ ରୋପୱେର ଶିଳାନ୍ୟାସ କରିବେ । ପ୍ରାୟ ୬୬୪.୪୯ କୋଟି ଟଙ୍କା ବ୍ୟୟରେ ଅର୍ବାନ ଟ୍ରାନ୍ସପୋର୍ଟ ରୋପୱେ ପ୍ରସ୍ତୁତ ହେବ । ଏହି ରୋପୱେ ୫ଟି ଷ୍ଟେସନ ଦେଇ ଯିବ । କେଣ୍ଟରୁ ଗୋଦାଉଲିୟା ଅତିକ୍ରମ କରିବା ପାଇଁ ମାତ୍ର ୧୬ ମିନିଟ ଲାଗିବ ।