୨୬୭ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗ ତମିଆଁ ଗ୍ରାମରେ ଚଢ଼ଉ କରି ୨୬୭ ବୋତଲ କଫ ସିରଫ ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସୁମିତ ରଣା । ମିଳିଥିବା ରିପୋର୍ଟ ମୁତାବକ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପାଟଣାଗଡ଼ ଅବକାରୀ ଅଧିଖାରୀ ଏସଏନ ଦାସ ଓ ମୋବାଇଲ ଅଧିକାରୀ ମଞ୍ଜୁଲତା ପଟ୍ଟନାୟକଙ୍କ ନେତୃତ୍ୱରେ ତମିଆଁ ଗ୍ରାମରେ ଥିବା ହନୁମାନ ଛକରେ ଚଢ଼ଉ କରି ସୁମିତଙ୍କୁ ଗୋଟିଏ ସ୍ଥାନର ବସିଥିବା ଦେଖି ସନ୍ଦେହରେ ତାକୁ ପଚରାଉଚୁରା କରିଥିଲେ । ଏହି ସମୟରେ ସୁମିତ ଭୟଭୀତ ହେବାରୁ ତା’ ଉପେର ସନ୍ଦେହ କରି ପାଖରେ ଥିବା ଏକ ବସ୍ତାରୁ ୨୬୭ଟି କଫ ସିରଫ ବୋତଲ ଜବତ କରି ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ଅଧିକ ପଚରାଉଚୁରା କରିଥିଲା । ପରେ ସୁମିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଅଧିକାରୀ କହିଛନ୍ତି । ଏହି ଚଢ଼ଉରେ ଅବକାରୀ ବିଭାଗର ଗୀତାଞ୍ଜଳୀ କୁମ୍ଭାର, ବୁଲୁ ସେଠୀ, ମୋତିଲାଲ ସାଗତ, ଜିତନ୍ଦ୍ର ଭୋଇ, ଗଣପତି ମାଝୀ, ହରିଶ କୁମାର ପେଟଲ, ଆଶିଷ ବାଗ, ବିନୟ ପେଟଲ ଓ ଭିଷ୍ମୀୟ ଗଡ଼ତିଆ ପ୍ରମୁଖ ସାମିଲ ଥିଲେ ।