ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହାଇକୋର୍ଟ ତରଫରୁ ମଧ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ । ଏଥିସହିତ ମାର୍ଚ୍ଚ ୨୫ରେ ସିବିଆଇ ସମ୍ମୁଖରେ ହାଜର ହେବା ପାଇଁ ତେଜସ୍ୱୀଙ୍କୁ କୋର୍ଟ ଆଦେଶ ଦେଇଛନ୍ତି । ଅନ୍ୟପଟେ ମାର୍ଚ୍ଚରେ ତେଜସ୍ୱୀଙ୍କୁ ଗିରଫ କରାଯିବନି ବୋଲି ସିବିଆଇ କୋର୍ଟଙ୍କୁ କହିଛି ।
ସିବିଆଇ ସମନ ମିଳିବା ପରେ ଦିଲ୍ଲୀ ସିବିଆଇ ଅଫିସରେ ଜେରା ନ କରିବା ପାଇଁ ତେଜସ୍ୱୀ ଯାଦବ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେଜସ୍ୱୀ କହିଥିଲେ ଯେ, ବର୍ତ୍ତମାନ ବିଧାନସଭା ଅଧିବେସନ ଚାଲିଥିବାରୁ ଏପ୍ରିଲ ୫ରେ ତାଙ୍କୁ ଜେରା କରାଯାଉ ।
ଆଉ ଏହାର ଜବାବରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଶନିବାର ବିହାର ବିଧାନସଭା କାର୍ଯ୍ୟକାରୀ ହୋଇନଥାଏ । ସେଥିପାଇଁ ଚଳିତ ମାସର କୌଣସି ବି ଶନିବାର ତେଜସ୍ୱୀ ହାଜର ହୋଇପାରିବେ ।