ଲକ୍ଷ୍ନୌ,ଏଜେନ୍ସି: ବିପର୍ଯ୍ୟସ୍ତ ଆଇନ ଶୃଙ୍ଗଳା ଓ ନାରୀ ସୁରକ୍ଷା ଦିଗରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶରେ ପୁଣି ଦେଖିବାକୁ ମିଳିଛି ଜଘନ୍ୟ କାଣ୍ଡ । ମେଳା ଦେଖିବାକୁ ଯାଇଥିବା ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ସେହିିପରି ଅନ୍ୟ ୫ ନାବାଳିକାଙ୍କୁ ଅପହରଣ କରିବା ପାଇଁ ଅଭିଯୁକ୍ତମାନେ ଉଦ୍ୟମ କରିଛନ୍ତି । ଉତ୍ତର ପ୍ରଦେଶ ଫତେହପୁର ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।
ଘଟଣା ନେଇ ଥାନାରେ ଅଭିଯୋଗ କରାଯିବା ପରେ ସ୍ଥାନୀୟ ପୋଲିସ ଘଟଣାକୁ ରୂପ ଦେଇଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି । ଅଭିଯୋଗ ଅନୁସାରେ ପୀଡିତା ଦୁଇ ନାବାଳିକାଙ୍କର ଡାକ୍ତରୀମାଇନା ମଧ୍ୟ କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ସହ ଦୁଇ ନାବାଳିକା ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛନ୍ତି । ସେହିପରି ଗ୍ରାମରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛି ।