Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସହନୀୟ ଜୀବନଶୈଳୀ ନିମନ୍ତେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସହନୀୟ ଜୀବନଶୈଳୀ ନିମନ୍ତେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା

କଟକ,ଏନ୍‌ଏନ୍‌ଏସ୍‌: ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ଅଭିବର୍ତ୍ତନ ଅଧିନସ୍ଥ ପରିବେଶ ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ରେଲୱେ ସେଟଲମେଣ୍ଟ ହାଇସ୍କୁଲରେ ଏକ ଜିଲ୍ଲାସ୍ତରୀୟ ଦିନିକିଆ ସହନୀୟ ଜୀବନଶୈଳୀ ଶୀର୍ଷକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ବିଶିଷ୍ଟ ପରିବେଶ ବିଜ୍ଞାନୀ ଡା. ଆଶୁତୋଷ ଦେବତା, ସମ୍ମାନୀତ ଅତିଥିଭାବେ ଜୀବ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସଞ୍ଜିବ କୁମାର ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଡା. ସନ୍ତୋଷ କୁମାର ରାଉତ, ପରିବେଶ ଶିକ୍ଷାକେନ୍ଦ୍ରର ପ୍ରୋଜେକ୍ଟ ଅଫିସର ସ୍ୱାଗତିକା ମିଶ୍ର ଓ ପରିବେଶବିତ ଡା. ଅର୍ଜୁନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଜୀବନଶୈଳୀ ଉପରେ ପରିବେଶର ପ୍ରଭାବ ଓ ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ପ୍ରଦର୍ଶନୀରେ କଟକ ଜିଲ୍ଲାରୁ ୪୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏଥିରେ ଅମ୍ଳାନ ଜ୍ୟୋତି ଜେନା ୧ମ, ଦୀପ୍ତୀମୟୀ ସାହୁ ୨ୟ ଓ ବିରେନ୍ଦ୍ର କୁମାର ସିଂ ୩ୟ ସ୍ଥାନ ଅଧିକାର କରି ନଗଦ ପୁରସ୍କାର ରାଶି ଲାଭ କରିଥିଲେ । ସେହିପରି ମାନସ ରଞ୍ଜନ ପ୍ରଧାନ, ସ୍ମିତା ମହାନ୍ତି, ସାଗରିକା ରାଉତ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ଚୌଧୁରୀ ରମାକାନ୍ତ ପ୍ରହରାଜ, ବ୍ରଜବାସିନୀ ମିଶ୍ର, ସୌଦାମିନୀ ପାଲ, ଅମ୍ରିତଜିତ୍ ସ୍ୱାଇଁ, ନଗେନ୍ଦ୍ର କୁମାର ବିଶ୍ୱାଳ, ଦିଲ୍ଲୀପ କୁମାର ଜେନା ଓ ଗୌରାଙ୍ଗ ଚନ୍ଦ୍ର ଘଡ଼େଇ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।