Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡ଼ି ଉପରକୁ ପଶ୍ଚିମବଙ୍ଗରେ ପଥର ମାଡ଼ କରାଯାଇଛି । ଏହି ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ତରଫରୁ ଟିଅର ଗ୍ୟାସ ଛଡ଼ା ଯାଇଥିଲା । ଅନ୍ୟପଟେ ଉକ୍ତ ଘଟଣା ପାଇଁ ଶ୍ରୀ ପ୍ରମାଣିକ ଟିଏମସିକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଯଦି ଜଣେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବ ଆପଣମାନେ କଳ୍ପନା କରନ୍ତୁ । ଏହି ଘଟଣା ବଙ୍ଗଳାର ଲୋକତାନ୍ତ୍ରିକ ସ୍ଥିତିକୁ ଦର୍ଶାଉଛି ।

ଆକ୍ରମଣ ସମୟରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟକୁ ଯାଉଥିଲେ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ବିଏସଏଫ ଦ୍ୱାରା କଥିତ ରୂପେ କରାଯାଇଥିବା ଗୁଳିମାଡ଼ ଯୋଗୁ ଜଣେ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଲୋକେ କ୍ରୋଧାନ୍ୱିତ ଥିଲେ । ଆଉ ବିଏସଏଫ ଗୃହ ମନ୍ତ୍ରଣାଳୟ ଭିତରେ ଆସୁଛି ଏବଂ ପ୍ରମାଣିକ ଗୃହ ରାଜ୍ୟମନ୍ତ୍ରୀ ।