ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର, ପଶ୍ଚିମୀ ଉତ୍ତରପ୍ରଦେଶ ଓ ହରିୟାଣାର ଅନେକ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହେଉଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି । ଭୂକମ୍ପ କେନ୍ଦ୍ର ଉତ୍ତରପ୍ରଦେଶର ମୁଜଫରନଗର ପାଖରେ ଥିଲା ।
ସୂଚନାଯୋଗ୍ୟ, ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏଠାରେ ଦ୍ୱିପ୍ରହର ୧.୩୦ ମିନିଟରେ ୪.୪ ରେକ୍ଟର ସ୍କେଲରେ ଭୂକମ୍ପ ମପାଯାଇଛି ।