ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଆଡ଼ସ ପଞ୍ଚାୟତ ରତାଖଣ୍ଡି ଶିବ ମନ୍ଦିରର ଆଜି ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଁଳାକୁଳୀ, ନବଡ଼ିହି, ଚାଙ୍ଗୁଡ଼ିଆ, ମାଳିଚୁଆ, ବାଲ୍ୟଡ଼ିହି, ରତାଖଣ୍ଡି, ଅନ୍ଧାରୀ ଓ ବରସାହି ଗ୍ରାମର ସହଯୋଗରେ ଏହି ଶିବ ମନ୍ଦିରର ନିର୍ମାଣ ହୋଇଛି । ଦିଲ୍ଲୀପ କୁମୁରା ଓ ତାଙ୍କ ପତ୍ନୀ କୁମୁଦିନୀ କୁମୁରା କର୍ତ୍ତାଭାବେ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ଚନ୍ଦ୍ର ଶେଖର ନନ୍ଦ, ତ୍ରିନାଥ ନନ୍ଦ, ସଞ୍ଜୟ ଶତପଥୀ, ଅକ୍ଷୟ ଶତପଥୀ, ପ୍ରଶାନ୍ତ ନନ୍ଦ, ବିକାଶ ଶତପଥୀ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ । ସକାଳେ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ରତ୍ନମୁଦ, ଦେବତା ସ୍ନାନ, ଜୀବନ୍ୟାସ, ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା, ବିଗ୍ରହ ସ୍ଥାପନ, ନବଗ୍ରହ ପୂଜନ ଓ ପୂର୍ଣ୍ଣାହୁତି ପୂଜନ ହୋଇଥିଲା । ଅଁଳାକୁଳି, ବୁଟାପାଲି, ବାଘିଆବନ୍ଧ, ଅନ୍ଧାରୀ, ରାମପାଲି, ମାଳିଚୁଆ, କାଳିଆ ଖମାର, ରତାଖଣ୍ଡି ଓ ବାଙ୍କଧର ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ହରିନାମ ଗାନ ଗରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଭକ୍ତ ଧାନ ଟଙ୍କା ଧରି ମନ୍ଦିର ଉପରକୁ ଚଢ଼ି ମନ୍ଦିର ଗର୍ଭରେ ଢାଳି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବସନ୍ତ ବିଶ୍ୱାଳ, ବାସୁଦେବ ବାଘ, ଅରୁଣ କୁମାର ସାହୁ, ଅଶୋକ କୁମାର ବେହେରା, ଇନ୍ଦ୍ରମଣି ବେହେରା, ସାନ୍ତୁନୁ କୁମାର ବେହେରା, ମିତ୍ରଭାନୁ ବିଶ୍ୱାଳ ଓ ଉଦୟନାଥ ପ୍ରଧାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।