ରିଆମାଳ,ଏନ୍ଏନ୍ଏନ୍: ରିଆମାଳ ବ୍ଲକର ବିଭିନ୍ନ ଶିବାଳୟରେ ମହାଡମ୍ବରରେ ଶିବରାତ୍ରୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟାଶର ଘାଟସ୍ଥିତ ନୀଳକଣ୍ଠେଶ୍ୱର ବାବାଙ୍କ ମନ୍ଦିରରେ ସଭାପତି ଇଂ ଚିତ୍ତରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ମହାଶିବରାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହନ୍ତ କୁମାର ବେହେରା ଓ ପତ୍ନୀ ପ୍ରଭାତୀ ବେହେରା କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବାବେଳେ ପୂଜକ ରଣଜିତ ମହାପାତ୍ର ଓ ଅଭିରାମ ଶତପଥୀ ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମେ ସୂର୍ଯ୍ୟ ପୂଜା ଓ ପରେ ମହାଦେବଙ୍କ ପୂଜା ନୀତିକାନ୍ତିରେ ହୋଇଥିବାବେଳେ ଗୋଟିଏ ସର୍ପ ଆଜି ମନ୍ଦିର ପ୍ରାଙ୍ଗଣରେ ଆସିଥିବାରୁ ସର୍ପ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିଥିଲା । ରାତି ୧୨ ଟାରେ ମହାଦ୍ୱୀପ ମନ୍ଦିରକୁ ଉଠିବ ବୋଲି ଲଗ୍ନ ସ୍ଥିର ହୋଇଥିବା ନେଇ ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ମୃତ୍ୟୁଞ୍ଜୟ ପ୍ରଧାନ କହିଛନ୍ତି ।