ନୂଆଦିଲ୍ଲୀ: ଦିଲ୍ଲୀର ନିକି ଯାଦବ ହତ୍ୟାକାଣ୍ଡକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତ ସାହିଲ ଗେହଲଟ ନିକିଙ୍କ ଲିଭ ଇନ ପାର୍ଟନର ନୁହେଁ ବରଂ ସ୍ୱାମୀ ଥିଲେ ବୋଲି ଜଣାପଡ଼ିଛି । ନିକି ଓ ସାହିଲ ୨୦୨୦ ଅକ୍ଟୋବର ୧ରେ ଦିଲ୍ଲୀର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ ବିବାହ ସମ୍ବନ୍ଧରେ ନିକିଙ୍କ ପରିବାର ଲୋକ ଜାଣି ନଥିଲେ । ଅନ୍ୟପଟେ ସାହିଲଙ୍କ ପରିବାରବର୍ଗ ବିବାହ ସମ୍ବନ୍ଧରେ ଜାଣିଥିଲେ ମଧ୍ୟ ସ୍ୱୀକୃତି ପ୍ରଦାନ କରିନଥିଲେ । ବର୍ତ୍ତମାନ ସମୟରେ ସାହିଲ ଓ ନିକିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଦିଲ୍ଲୀ ପୁଲିସକୁ ନିକି ଓ ସାହିଲଙ୍କ ବିବାହର ସାର୍ଟିଫିକେଟ ମଧ୍ୟ ହସ୍ତଗତ ହୋଇଛି ।