ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ସଦରମହକୁମାସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏଚଡିଏଫସି ବ୍ୟାଙ୍କର ନୂତନ କୋଠା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିବା ସହିତ ଝିଅବା ରସା ଗାଦବାଗୁଡ଼ା ନବରଙ୍ଗପୁର ଏବଂ ପଡ଼ାଲଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାଝିଗୁଡ଼ା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ସାମଗ୍ରୀର ଏକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଥିଲା । ଏଚଡିଏଫସି ବ୍ୟାଙ୍କର ଏପରି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଡା. ମିଶ୍ର ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବ୍ୟାଙ୍କର ରାଜ୍ୟ ମୁଖ୍ୟ ପ୍ରବନ୍ଧକ ଦୀପକ ସିଂ, ନବରଙ୍ଗପୁର ଜିଲ୍ଲା ଓରମାସର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଲକା ଉମା ମହେଶ, ନବରଙ୍ଗପୁର ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ନବରଙ୍ଗପୁର ଶାଖାର ମୁଖ୍ୟ ପରିଚାଳକ ଜଗନ୍ନାଥ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।