Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବୁଲଗେରିଆରେ ଚାଞ୍ଚଲ୍ୟ, ଟ୍ରକରୁ ମିଳିଲା ୧୮ଜଣ ପ୍ରବାସୀଙ୍କ ମୃତଦେହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବୁଲଗେରିଆରେ ଚାଞ୍ଚଲ୍ୟ, ଟ୍ରକରୁ ମିଳିଲା ୧୮ଜଣ ପ୍ରବାସୀଙ୍କ ମୃତଦେହ

ବେଲଗ୍ରେଡ,ଏଜେନ୍ସି: ବୁଲଗେରିଆରେ ଚାଞ୍ଚଲ୍ୟ । ଏକ ଟ୍ରକ ଭିତରୁ ୧୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବୁଲଗେରିଆର ଲୋକରସ୍କୋର ସୋଫିଆ ଗ୍ରାମରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଘଟଣା । ସମସ୍ତ ମୃତକ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ଗତକାଲି ଅପରାହ୍ନ ୨.୧୫ମିନିଟ ସମୟରେ ପୋଲିସ ଏକ ଟ୍ରକରୁ ମୃତଦେହ ଉଦ୍ଧାର କରିଛି । ଲୋକରସ୍କୋର ସୋଫିଆ ଗ୍ରାମରୁ ଏକ ଟ୍ରକ ଭିତରୁ ପୋଲିସ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଟ୍ରକରେ ସମୁଦାୟ ୪୦ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।”

ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସମସ୍ତ ଗୁରୁତରକୁ ସ୍ଥାନୀୟ ପିରୋଗୋଭ ଏବଂ ଏମଭିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କୁ ଯଥାଶୀଘ୍ର ଚିକିତ୍ସା ଯୋଗାଇ ଦିଆଯାଇଛି । ତେବେ କୌଣସି ଦୁର୍ଘଟଣା ନେଇ ରିପୋର୍ଟ ନଥିବା ବେଳେ ଏହାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ନେଇ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପ୍ରବାସୀ ଶ୍ରମିକମାନଙ୍କୁ ବେଆଇନ ଭାବେ ଏକ ଟ୍ରକରେ ଚାଲାଣ କରାଯାଉଥିଲା । ତେବେ କୌଣସି କାରଣବଶତଃ ସେଥିରୁ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ସୁତ୍ରରୁ ପ୍ରକାଶ ପାଇଛି । ମୃତକ ମଧ୍ୟରେ ଜଣେ ଶିଶୁ ରହିଥିବା ବେଳେ ୫ଜଣ ଶିଶୁ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଥିବା ବେଳେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କେହି ମଧ୍ୟ ମହିଳା ନଥିବା କୁହାଯାଇଛି ।