କର୍ଲାମୁଣ୍ଡା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମିଳୁଥିବା ଚାଉଳରୁ ୫ କେଜି ଚାଉଳ କାଟ ଅଭିଯୋଗରେ ବିଜେଡି ପକ୍ଷରୁ ଆଜି କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯୁବନେତା ଦଳଜିତ ସିଂ, ବ୍ଲକ ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ଅଧ୍ୟକ୍ଷ କୁନି ସାହୁ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ବ୍ଲକ ଯୁବ ବିଜେଡି ସଭାପତି ସଙ୍ଗୀତ ଭୋଇ, ଛାତ୍ର ବିଜେଡି ବ୍ଲକ ସଭାପତି ସଲିମ ଶେଖର ରଣା, ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା ଓ ପୂର୍ବତନ ସରପଞ୍ଚ ସଂଯୁକ୍ତା ସାହଙ୍କ ସମେତ ସହସ୍ରାଧିକ କର୍ମୀ ଯୋଗଦେଇ କେନ୍ଦ୍ର ବିରୋଧରେ ନାରାବାଜି କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଏହାପୂର୍ବରୁ ରିଞ୍ଜା ଛକରୁ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ ।