ଜନଶୁଣାଣିକୁ ତୀବ୍ର ବିରୋଧ, ଘଟଣାସ୍ଥଳରେ ଫୋର୍ସ ମୁତୟନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରୀ, ତରେଇକେଲା, ହିର୍ମା, ଲୁହୁରେନ କଚ୍ଚା, ଓ ତୁମ୍ଭେକେଲା ରେ ହେବାକୁ ଥିବା ନେଭେଳି ଲିଗ ନାଇଟ କର୍ପୋରେସନ ୩୨୦୦ ମେଗାୱାଟ ବିଶିଷ୍ଟ ତାପଜ ବିଦୂତ କେନ୍ଦ୍ର କୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ହେବାକୁ ଥିବା ସମାଜିକ ପ୍ରଭାବ ଅକଲନ ସର୍ବେକ୍ଷଣ ବିବରଣୀ ଜନଶୁଣାଣି ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିଲା।

ହେଲେ ଆଜି ଏହି ଜନଶୁଣାଣିକୁ ହିର୍ମା ପଞ୍ଚୟତ ର ପାଞ୍ଚୋଟି ଗ୍ରାମ ଏହାକୁ ବିରୋଧ କରୁଛନ୍ତି। ତାହା ସହ ଜନଶୁଣାଣିକୁ ଆସିବାକୁ ମନା କରିଦେଇଛନ୍ତି। କିଛି ଅପ୍ରତିକର ପରିସ୍ଥିତି ପାଇଁ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ପ୍ରଶାସନ ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ପଞ୍ଚୟତ ବସି ଜଣଶୁଣାଣି କୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ପ୍ରଦୂଷଣ ର ଶିକାର ହେଉଛି ସମ୍ପୂର୍ଣ ଝାରସୁଗୁଡା ସହର । ପଞ୍ଚଯାତ ଆଖପାଖରେ ଥିବା ଅନ୍ୟ କାରଖାନା ଗୁଡିକ ଏଠିକାର ଜଳବାୟୁ ପ୍ରଦୂଷିତ କରି ସାରିଲେଣି। ତେଣୁ ଏହି ଅଂଚଳ ରେ ଆହୁରି କାରଖାନା ତିଆରି ହାବକୁ ଦିୟା ଯିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

ଏନ୍ଏଲସି କାରଖାନା ତିଆରି କରିବା ପାଇଁ ମୋଟ ୧୨୨୧ ହେକଟର ଜମି ଆବଶ୍ୟକତା ଥିବା ବେଳେ ୧୭୮.୬୫ ହେକଟର ସରକାରୀ ଜମି ଚିହ୍ନଟ ହୋଇଛି । ବାକି ରହିଥବା ୧୦୪୨ହେକଟର ଜମି ହିର୍ମା ପଞ୍ଚଯାତ ର ୫ ଟି ଗାଁ ରୁ ଜମି ଅଧିଗ୍ରହଣ କରିବା ପାଇଁ ଯୋଜନା ଚାଲିଛି । ଏହି କାରଖାନା ସ୍ଥାପିତ ହେଲେ ପଞ୍ଚଯାତ ର ୭୬୨ ପରିବାର ବିସ୍ଥାପିତ ହେବେ।