ନଦୀରେ ବୁଡ଼ି ଶିଶୁପୁତ୍ର ମୃତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ଥାନା ଅନ୍ତର୍ଗତ ପଡ଼ିଆନାଳୀ ଗ୍ରାମସ୍ଥିତ ବ୍ରାହ୍ମଣୀ ନଦୀକୁ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଶିଶୁପୁତ୍ର ଜଣକ ହେଲେ ଉକ୍ତ ଗ୍ରାମର ପଟେଲ ପାତ୍ରଙ୍କ ୧୨ ବର୍ଷୀୟ ପୁଅ ହିତେଶ ପାତ୍ର । ହିତେଶ ଆଜି ମଧ୍ୟାହ୍ନରେ ଗାଁ ନଦୀ ତୁଠକୁ ଗାଧେଇବାକୁ ଯାଇଥିବାବେଳେ ଅସାବଧାନତାବଶତଃ ଗଭୀର ପାଣି ମଧ୍ୟରେ ବୁଡ଼ି ଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ନଦୀରେ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରିଥିଲେ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ବାରକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି ।