ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରପରିଷଦର କାଉନସିଲ ହଲରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି । ଫଳରେ ଅଡିଟ ଚାଲିଥିବା କାଗଜପତ୍ର ସହ ୨ଟି ଏସି ମଧ୍ୟ ପୋଡ଼ିଯାଇଛି । ସେଠାରେ ଥିବା ନାଇଟ ୱାଚମେନ ପାଖ ଲୋକଙ୍କ ସହାୟତାରେ ନିଆଁ ଲିଭାଇବା ସହ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଆୟତ ହୋଇସାରିଥିଲା । ତେବେ ଗତ ଡିସେମ୍ବରରୁ ଲୋକାଲ ଅଡିଟ ଫଣ୍ଡ ଅଡିଟ ଚାଲିଥିଲା ।