ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ପୌରପରିଷଦର କାଉନସିଲ ହଲରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ନିଆଁ ଲାଗି ଅଡିଟ ଚାଲିଥିବା କାଗଜ ପତ୍ର ପୋଡି ଛାରଖାର ହେବା ସହ ୨ଟି ଏସି ମଧ୍ୟ ପୋଡ଼ିଯାଇଛି। ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଫଣ୍ଡ ଅଡିଟ ଚାଲିଥିବା ବେଳେ ଆଜି ପ୍ରତ୍ୟୁଷରେ ଲାଗିଥିଲା ନିଆଁ। ସେଠାରେ ଥିବା ନାଇଟ ୱାଚମେନ ପାଖ ଲୋକଙ୍କ ସହାୟତାରେ ନିଆଁ ଲିଭାଇବା ସହ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସୂଚନାପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇସାରିଥିଲା। ତେବେ ଏହି ଘଟଣାକୁ ନେଇ ନାନା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।