ଆମେ ଭିଣେଇ-ଭଣଞ୍ଜାକୁ ସମର୍ଥନ କରୁନାହିଁ: ସୀତାରମଣ

ନୂଆଦିଲ୍ଲୀ: ଅଦାନୀ ପ୍ରସଙ୍ଗରେ ସଂସଦରେ ହଙ୍ଗାମା ଜାରି ରଖିଥିବା କଂଗ୍ରେସକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଡ଼ା ଜବାବ ଦେଇଛନ୍ତି । ସୀତାରମଣ କହିଛନ୍ତି ଯେ, ଆମେ କୌଣସି ଜଣେ ବ୍ୟକ୍ତିକୁ ଧ୍ୟାନରେ ରଖି ନୀତି ପ୍ରସ୍ତୁତ କରୁନାହିଁ । ମୋଦୀ ସରକାରଙ୍କ ନୀତି କୌଣସି ଭିଣେଇ-ଭଣଞ୍ଜାକୁ ସମର୍ଥନ କରେନି ବରଂ ଏହା କଂଗ୍ରେସର ସଂସ୍କୃତି ।

ଦରବୃଦ୍ଧିକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ, ନିର୍ବାଚନ ଜିତିବା ପରେ କ’ଣ ପାଇଁ ଡିଜେଲ ଉପରେ ୩ଟଙ୍କା ଭାଟ ବଢ଼ାଗଲା ସେନେଇ ହିମାଚଳ ସରକାରଙ୍କୁ ପ୍ରଶ୍ନ ପଚରାଯିବା ଉଚିତ ।