ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ରାଷ୍ଟ୍ରପତି ଭାବବିହ୍ୱଳ ହୋଇଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ରମାଦେବୀର ଛାତ୍ରୀ ଭାବେ ମୁଁ ଗର୍ବିତ । ସତେବେଳେ ମୁଁ କ୍ୟାଣ୍ଟିନରେ ଖାଉ ନଥିଲି । ବାହାର ଠେଲା ଖାଦ୍ୟକୁ ଦେଖି ପଳାଇ ଯାଉଥିଲି । ୨୫ ପଇସାରେ ବାଦାମ ମିଳିଗଲେ ମୋ ପାଇଁ ବଡ଼ କଥା । ମୋ ଜୀବନର ଗତି ପଥରେ ରମାଦେବୀ କଲେଜ ପ୍ରେରଣାର ସ୍ରୋତ ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଭ୍ୟାସର ଆବଶ୍ୟକତା ସମ୍ବନ୍ଧରେ ମଧ୍ୟ କହିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଲୋକଙ୍କୁ ଆଧ୍ୟାତ୍ମିକ ରୂପେ ସୁଦୃଢ଼ କରିବା ପାଇଁ ଯୋଗାଭ୍ୟାସ ସାହଯ୍ୟ କରିବ । ଏହାଦ୍ୱାରା ଲୋକଙ୍କ ସହ ସମଗ୍ର ଦେଶର ବିକାଶ ହୋଇପାରିବ । ଏକଦା ସମୟ ଏମିତି ଥିଲା ମୁଁ ଶାରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ଅନୁଭବ କରୁଥିଲି ଏବଂ ଯୋଗ କରିବା ଆରମ୍ଭ କଲି । ଆଉ ଆଜି କେବଳ ଯୋଗ କାରଣରୁ ମୁଁ ଆଣଙ୍କ ସାମ୍ନାରେ ଠିଆ ହୋଇ କଥା ହୋଇ ପାରୁଛି।
ସୂଚନାଯୋଗ୍ୟ, ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହେବା ପୂର୍ବରୁ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ କମ୍ ସମୟ ବ୍ୟବଧାନରେ ସ୍ୱାମୀ, ୨ ପୁଅ ଓ ଭାଇଙ୍କୁ ହରାଇଥିଲେ ।