ଢୋଲପଥରରେ ଅଷ୍ଟପ୍ରହରୀ ନାମଯଜ୍ଞ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ କୁଣ୍ଢେଇଗୋଳା ପଞ୍ଚାୟତ ଅନ୍ତର୍ଗତ ଢୋଲପଥର ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କମିଟିର ସଭାପତି ସଲିଳ କୁମାର ପ୍ରଧାନ, ସମ୍ପାଦକ ରଶ୍ମିରଞ୍ଜନ ମାଝୀ, ଉପଦେଷ୍ଟା କମିଟିର ସଭାପତି ଉଦୟନାଥ ପ୍ରଧାନଙ୍କ ତତ୍ୱାବଧାନରେ ଯଜ୍ଞ ଅନୁଷ୍ଠିତ ହୋଇଥିବାବେଳେ ଡିଲେଶ୍ୱର ପ୍ରଧାନ ଓ ତାଙ୍କ ପତ୍ନୀ ସିମାଶ୍ରୀ ପ୍ରଧାନ କର୍ତ୍ତାଭାବେ ଦାୟିତ୍ୱ ତୁଲାଇଥିଲେ । ଅଭିମନ୍ୟୁ ଶତପଥୀ, ବିଦ୍ୟାଧର ଦାଶ, ଟଙ୍କଧର ମହାପାତ୍ର, ଯତନ ଶତପଥୀ, ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ । ଦେଓଝରଣ, ନିକିତିମାଳ,ପଦ୍ମପୁର, କୁଣ୍ଢେଇଗୋଳା, ଖଳିପଶି ଓ ବୁରୁବାହାଳ ଆଦି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ଗାନ କରି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ । ଗ୍ରାମର ମହିଳାଙ୍କ ଦ୍ୱାରା କୁଣ୍ଢେଇଗୋଳା ଟିକିରା ନଦୀର ଜଗନ୍ନାଥ ମନ୍ଦିର ଘାଟରେ ବରୁଣ ଦେବଙ୍କୁ ପୂଜାର୍ଚ୍ଚନା କରାଯିବା ପରେ କଳସ ଯାତ୍ରା ଆରମ୍ଭ ହୋଇଥିଲା । ରିଭେଞ୍ଜ ପ୍ରଧାନ, ରାଜେଶ ପ୍ରଧାନ, ସୁମନ୍ତ ମାଝୀ, ମନୋଜ ପ୍ରଧାନ, ଆକାଶ ମାଝୀ ଓ ଦିପୁ ପ୍ରଧାନ ସମେତ ଗ୍ରାମବାସୀ ସହଯୋଗ କରିଥିବାବେଳେ ୨ ହଜାରରୁ ଊର୍‌ଦ୍ଧ୍ୱ ଭକ୍ତ ଯୋଗ ଦେଇଥିଲେ ।