ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଅନୁସୂଚିତ ଜାତି ସଂଘ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କୁ ସ୍ୱାଗତ ସମର୍ଦ୍ଧନା ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଭକ୍ତ, କୋଷାଧ୍ୟକ୍ଷ ରବି ସତନାମି, ନବରଙ୍ଗପୁର ବ୍ଲକ ସଭାପତି ଦେବରାଜ ନାଗ, ନନ୍ଦାହାଣ୍ଡି ବ୍ଲକ ସଭାପତି ତୁଳାରାମ ସୁନା, ପାପଡ଼ାହାଣ୍ଡି ବ୍ଲକ ଉପସଭାପତି ଶଙ୍କର ସତନାମିଙ୍କ ସମେତ ଜିଲ୍ଲା କାର୍ଯ୍ୟକର୍ତ୍ତା ଓ ବ୍ଲକ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଆମ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଅଞ୍ଚଳ ହୋଇଥିବାରୁ ଶିକ୍ଷିତ ଲୋକଙ୍କ ଅଭାବ ରହିଛି । ଆଉ ଶିକ୍ଷା ମଣିଷର ମେରୁଦଣ୍ଡ ହୋଇଥିବାରୁ ଜିଲ୍ଲାର ବିକାଶ ପାଇଁ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟତା ରହିଛି ବୋଲି ଜିଲ୍ଲା ସଭାପତି ଶ୍ରୀ ଭକ୍ତ କହିଥିଲେ ।