କଥା ଦେଇ କଥା ରଖିଲେ ସରପଞ୍ଚ

ଭବାନୀପାଟଣା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ ଛିଳପା ପଞ୍ଚାୟତର ଯୁବ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ବିଭୁଦତ୍ତ ଭୋଟ ମାଗିବା ପାଇଁ ଆସିଥିବା ସମୟରେ ଗୋଡ଼ଭଞ୍ଜା ମୁଖ୍ୟ ରାସ୍ତାରେ ଷ୍ରିଟ ଲାଇଟ୍ ଲଗାଇବାକୁ ଲୋକେ କହିଥିଲେ ତାହା ଆଜି ପୂରଣ ହୋଇଛି । ଏହି ରାସ୍ତାକୁ ବିଜୁ ଏକ୍ସପ୍ରେସୱେ ଏବଂ ଗୋଲେଇ ରାସ୍ତା ଲାଗିଥିବାରୁ ଦିନ ଅପେକ୍ଷା ରାତି ସମୟରେ ବଡ଼ ବଡ଼ ଗାଡ଼ି ଅଧିକ ଯାତାୟାତ କରିଥାଏ । ସେଥିପାଇଁ ଛୋଟ ଛୋଟ ଦୁର୍ଘଟଣା ଘଟୁଥିଲା । ଏହାକୁ ଗୁରୁତ୍ୱ ସହକାରେ ନେଇ ଆଜି ଷ୍ଟ୍ରିଟ ଲାଇଟ୍ ଲାଗିଥିବାରୁ ବୁଦ୍ଧିଜୀବୀ ମହଲରେ ସରପଞ୍ଚଙ୍କୁ କଭୁରି ଭୁରି ପ୍ରଶଂସା କରାଯାଇଛି । ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାରୁ ଆଗାମୀ ଦିନରେ ମୋ ପଞ୍ଚାୟତର ସମସ୍ତ ଗ୍ରାମକୁ ବିଦ୍ୟୁତକରଣ କରିବା ସହିତ ଲୋକଙ୍କ ସେବା କରିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ।