ବଢ଼ିଲା ଗୋପାଳଙ୍କ ରିମାଣ୍ଡ, ନାର୍କୋ ଟେଷ୍ଟକୁ ଅନୁମତି

ଝାରସୁଗୁଡ଼ା,ଏନଏନ୍‌ଏସ୍‌: ସ୍ୱର୍ଗତଃ ନବ ଦାସ ହତ୍ୟାକାଣ୍ଡରେ ଗୋପାଳ ଦାସଙ୍କ ରିମାଣ୍ଡ ଅବଧି ପୁଣି ୫ ଦିନ ବଢ଼ିଛି । ଗୋପାଳଙ୍କ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା ନେଇ ମଧ୍ୟ କୋର୍ଟରେ ପ୍ରକାଶ କରିଥିବା ଜଣାପଡ଼ିଛି ।