ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ପାଟଣାଗଡ଼ ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିବା ଜଣାପଡ଼ିଛି । ଏଥିରେ ସହରର ବିଭିନ୍ନ ସଂଗଠନ ସାମିଲ ହୋଇ ଥାନାରେ ପହଞ୍ଚି ଏସଡିପିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଶ୍ରୀ ସିଂଦେଓ ପ୍ରଚଣ୍ଡ ଖରାରେ ବସିଥିବାରୁ ଉପସ୍ଥିତ ମାଜିଷ୍ଟ୍ରେଟ ଓ ଥାନାଧିକାରୀ ଆସି ବୁଝାସୁଝା କରୁଥିଲେ ମଧ୍ୟ ଶ୍ରୀସିଂଦେଓ ଅଡ଼ି ବସି ରହିବା ସହ ଏସପି ନ ଆସିବା ପର୍ଯ୍ୟନ୍ତ ଧାରଣରୁ ଉଠିବେନି ବୋଲି କହିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ କର୍ମୀମାନେ ପୁଲିସ ବିରୁଦ୍ଧରେ ନାରାବାଜି ଦେଇ ସହର ପରିକ୍ରମା କରି ଥାନା ଘେରାଉ କରିଛନ୍ତି । ସେଠାରେ ଉପସ୍ଥିତ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ମୁନା ମହାନ୍ତି, ସୁଶାନ୍ତ ଦାସ, ମୁନା ଦରୁଆନ, ସନ୍ତୋଷ ମେହେର ଓ ରାଜୁ ପାଣିଗ୍ରାହୀଙ୍କ ସମତେ ସହସ୍ରାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।