ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ସାହଯ୍ୟ

ନୂଆଦିଲ୍ଲୀ: ତୁର୍କୀରେ ଭୀଷଣ ଭୂକମ୍ପର ସାମ୍ନା କରିବା ପାଇଁ ଭାରତ ମଧ୍ୟ ନିଜର ସହାୟତା ମିଶନ ପ୍ରସ୍ତୁତ କରିଛି । ଭାରତ ପକ୍ଷରୁ ତୁର୍କୀକୁ ଏନଡିଆରଏଫର ୨ଟି ଟିମ୍ ପଠାଯିବ । ଏଥିସହିତ ଔଷଧ ଓ ଉଦ୍ଧାର ସାମଗ୍ରୀ ମଧ୍ୟ ପଠାଯିବ ବୋଲି ଜଣାପଡ଼ିଛି । ଉଦ୍ଧାର ସାମଗ୍ରୀକୁ ନେଇ ପ୍ରଧାନମନ୍ତ୍ରୀ କାର‌୍ୟ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ତୁର୍କୀର ଏଭଳି ସ୍ଥିତିରେ ଭାରତ ଯଥାସମ୍ଭବ ସାହଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ତାଙ୍କ ପ୍ରଧାନ ସଚିବ ପୀକେ ମିଶ୍ରା ତତ୍କାଳ ଉଦ୍ଧାର ସମ୍ବନ୍ଧରେ ଚର୍ଚ୍ଚା କରିବା ଲାଗି ସାଉଥ ବ୍ଲୋକରେ ବୈଠକ କରିଥିଲେ । ଉକ୍ତ ବୈଠକରେ ଏନଡିଆରଏଫ ଟିମ୍ ଏବଂ ଉଦ୍ଧାର ସାମଗ୍ରୀ ସହ ଚିକିତ୍ସକ ଦଳ ତୁର୍କୀ ଗଣରାଜ୍ୟକୁ ତୁରନ୍ତ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।