ଜୟପୁର,ଏନ୍ଏନ୍ଏସ୍: ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତର ରାମଗଡ଼ ଗ୍ରାମର ପ୍ରସୂତି ମହିଳା ଓ ନବଜାତ ଶିଶୁ ଭାରରେ ବୁହା ହୋଇ ଚିକିତ୍ସାଳୟକୁ ଅଣାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗ୍ରାମବାସୀଙ୍କ କହିବାନୁସାରେ, ରାମଗଡ଼ ଗ୍ରାମର ସମ୍ବାରୁ ମୁଦୁଲିଙ୍କ ସ୍ତ୍ରୀ ଧନେଇଁ ମୁଦୁଲି ଗର୍ଭବତୀ ଥିଲେ । ଆଜି ଧନେଇ ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଅସୁସ୍ଥ ହୋଇଯାଇଥିଲେ । ଘରୁ ହସ୍ପିଟାଲ ନେବା ପାଇଁ ଭଲ ରାସ୍ତା ନଥିବା ଯୋଗୁ ପରିବାର ଲୋକେ ଭାର କରି ଦୀର୍ଘ ୫ କିମି ପାହାଡ଼ ରାସ୍ତା ଅତିକ୍ରମ କରି ବୈରାଗି ମଠ ଯାଏଁ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ କୁମୁଲିପୁଟସ୍ଥିତ ରାବଣାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଧନେଇ ଆଉଏକ ଶିଶୁ କନ୍ୟାକୁ ଜନ୍ମ ହୋଇଥିଲେ । ୨ ନବଯାତ ଯାଅଁଳା ଶିଶୁ କନ୍ୟାର ଓଜନ କମ ଥିବା ସହ ପ୍ରସୂତି ମହିଳା ଅସୁସ୍ଥ ଥିବାରୁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।