ସୋସିଆଲ ମିଡିଆରେ ଦିନକୁ ୧ ଘଣ୍ଟା ସମୟ ଦିଅ : ସ୍ୱୟମ ପ୍ରକାଶ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଡିଜିଟାଲ ୱାର୍କସପ ଡାବୁଗାଁରେ ଥିବା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଜାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ଡିଜିଟାଲ ମିଡିଆ ସମ୍ପାଦକ ସ୍ୱୟମ୍ ପ୍ରକାଶ ମହାପାତ୍ର ଯୋଗଦେଇ ପ୍ରତିଦିନ ଯୁବ ଓ ଛାତ୍ରମାନେ ସୋସିଆଲ ମିଡିଆରେ ୧ଘଣ୍ଟା ସମୟ ଦେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ସୋସିଆଲ ମିଡିଆ ଯଥା ଫେସବୁକ, ହ୍ୱାଟସ ଆପ୍ ଓ ଇନଷ୍ଟାଗ୍ରାମ ଆଦିରେ ପୋଷ୍ଟ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସହପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ମାଝୀ, କୋରାପୁଟ ଜୋନ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ଜାଗା ମିଶନ ଉପଦେଷ୍ଟା ହରିଶଙ୍କର ରାଉତ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଷୋୟୀ ଓ ଜିଲ୍ଲା ସୋସିଆଲ ମିଡିଆ ସଭାପତି ପରେଶ ଜେନାଙ୍କ ସମେତ ୨ଶହ ଯୁବ ଛାତ୍ର ଉପସ୍ଥିତ ଥିଲେ । ରାଜ୍ୟ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମିତ ପୂଜାରୀ ଧନ୍ୟବାଦ ଦେଇଥିଲେ ।