ବଦଳିଲା ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ସେନାରେ ଯୋଗଦେବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ଏବେ ସର୍ବପ୍ରଥମେ ଅନଲାଇନ ସାମାନ୍ୟ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଏହାପରେ ପ୍ରାର୍ଥୀଙ୍କୁ ଶାରୀରିକ ପରୀକ୍ଷା ଓ ମେଡିକାଲ ଯାଞ୍ଚର ସାମ୍ନା କରିବାକୁ ପଡ଼ିବ । ଏନେଇ ଅଧିସୂଚନା ଫେବୃଆରୀ ମଧ୍ୟଭାଗରେ ଜାରି କରାଯିବ ବୋଲି ଜଣାପଡ଼ିଛି ।

ବିଶେଷ ସୁତ୍ର ଅନୁଯାୟୀ, ସମଗ୍ର ଦେଶର ପାଖାପାଖି ୨୦୦ ସ୍ଥାନରେ ଏପ୍ରିଲରେ ପ୍ରଥମ ଅନଲାଇନ ପରୀକ୍ଷା ଆୟୋଜିତ ହେବ । ଆଉ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।