୩୧ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ଜଣେ ଗିରଫ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ସହର ମଧ୍ୟସ୍ଥ ଆଇ ଲଭ ଟିଟିଲାଗଡ଼ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ୩୧ ଲକ୍ଷ ୨୭ ହଜାର ଟଙ୍କାର ୫୦୦ ଟଙ୍କିଆ ବିଡ଼ା ଭୁବନେଶ୍ୱର ଏସଟିଏଫ ଜବତ କରିଛି । ଅଭିଯୁକ୍ତ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା । ଅଭିଯୁକ୍ତକୁ ଆଜି ଟିଟିଲାଗଡ଼ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ମିଳିଛିି ।

ଏସଟିଏଫ ସୂଚନାକ୍ରମେ, ଲିଙ୍ଗରାଜ ଗତ ୧ ତାରିଖ ରାତି ୧୦ଟାରେ ନକଲି ନୋଟ ଅନ୍ୟଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଟିଟିଲାଗଡ଼ରେ ଜଗିଥିଲା । ଏନେଇ ପୂର୍ବରୁ ସୂଚନା ପାଇ ଛକି ରହିଥିବା ଏସଟିଏଫ ଦଳ ଅଭିଯୁକ୍ତଙ୍କ ଉପରେ ମାଡ଼ି ବସିଥିଲା । ଅଭିଯୁକ୍ତଙ୍କୁ ଗୋପନୀୟ ସ୍ଥାନରେ ଅଟକ ରଖି ପଚରାଉଚୁରା କରିବା ପରେ ଆଜି କୋର୍ଟ ଚାଲାଣ କରିଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ଏସଟିଏଫ ଟିଟିଲାଗଡ଼ ଅଦାଲତରେ ଆବେଦନ କରିଛି ।