ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦୁନିଆର ସବୁଠୁ ଧନୀ ବ୍ୟକ୍ତି ରହିଥିବା ବିଲ ଗେଟ୍ସଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ ସେ ଭାରତୀୟଙ୍କ ଭଳି ରୁଟି ପ୍ରସ୍ତୁତ କରୁଛନ୍ତି । ବିଲ ଗେଟ୍ସଙ୍କ ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଷ୍ଟୋରୀରେ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ବିଲ ଗେଟ୍ସ ସେଫ୍ ଇଟର ବର୍ନଥଙ୍କ ସହ ନଜର ଆସୁଛନ୍ତି । ଦୁହେଁ ଚାମଚରେ ଅଟା ଗୋଳାଇବା ସହ ରୁଟି ବେଲିଛନ୍ତି । ଭିଡିଓଟିକୁ ବର୍ନଥ ହିଁ ସର୍ବପ୍ରଥମେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଏଥିରେ ବିଲ ଗେଟ୍ସଙ୍କ ସହ ଭାରତୀୟ ରୁଟି ପ୍ରସ୍ତୁତ କରିଥିବା ବର୍ନଥ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ସେଫ୍ ଇଟର ବର୍ନଥ ନିକଟରେ ବିହାର ଆସିଥିଲେ । ସେଠାକାର ମହିଳାମାନେ ହିଁ ତାଙ୍କୁ ରୁଟି ତିଆରି କରିବା ଶିଖାଇଛନ୍ତି । ସେମାନଙ୍କ ପାଇଁ ହିଁ ସେ ଭଲ ଭାବେ ରୁଟି ପ୍ରସ୍ତୁତ କରିବା ଶିଖିଥିବା ବର୍ନଥ କହିଛନ୍ତି ।