ଲାଖ ହସ୍ତଶିଳ୍ପୀ ସୁଶ୍ରୀ ପ୍ରଭାତୀ ପାଇଲେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁରର ଲାଖ ହସ୍ତଶିଳ୍ପୀ ସୁଶ୍ରୀ ପ୍ରଭାତୀ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର ପାଇଛନ୍ତି । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗର ମନ୍ତ୍ରୀ ରୀତା ସାହୁ, ଭିନ୍ନକ୍ଷମ ଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମା ଭକ୍ତ ମିଶ୍ର, ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଡା. ଅରବିନ୍ଦ ପାଢ଼ୀ ଭୁବନେଶ୍ୱରର ୧୭ତମ ତୋଷାଳୀ ଜାତୀୟ କ୍ରାଫ୍ଟ ମେଳାରେ ସୁଶ୍ରୀ ପ୍ରଭାତୀ ପାତ୍ରଙ୍କୁ ଏହି ପୁରସ୍କାର ମିଳିଛି । ଜିଲ୍ଲାର ହସ୍ତ ଶିଳ୍ପକୁ ଦେଶ ବିଦେଶରେ ପରିଚିତ କରାଇବାରେ ସୁଶ୍ରୀ ପ୍ରଭାତୀ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।