ପଞ୍ଜାବରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ପଞ୍ଜାବ: ପଞ୍ଜାବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି । ଫଳରେ ପେଟ୍ରୋଲ ଲିଟର ପିଛା ୯୮ଟଙ୍କା.୧୧ ପଇସା ହୋଇଥିବାବେଳେ ଡିଜେଲ ୮୮ଟଙ୍କା ୪୩ ପଇସା ହୋଇଛି । ଏହି ନୂଆ ଦର ଆଜି ରାତିରୁ ହିଁ ଲାଗୁ ହେବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକର ଏହି ନିଷ୍ପତ୍ତି ନିଆଯାଇଛି ।

ପଞ୍ଜାବର ଆବାସ ଓ ସହର ବିକାଶ ମନ୍ତ୍ରୀ ଅମନ ଅରୋଡ଼ା କହିଛନ୍ତି ଯେ, ଦୀର୍ଘ ଦିନରୁ ଏହାର ଆବଶ୍ୟକତା ଅନୁଭବ ହେଉଥିଲା ଏବଂ ରାଜସ୍ୱ ସୃଷ୍ଟି ମଧ୍ୟ ଜରୁରୀ ଥିଲା । ଏହାପୂର୍ବରୁ ପଞ୍ଜାବରେ ୨୦୨୧ରେ ପେଟ୍ରୋଲ ଓ ଡିଜେଲ ଦରରେ ବଡ଼ ପରିବର୍ତ୍ତନ ହୋଇଥିଲା । ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପେଟ୍ରୋଲ ଓ ଡିଜେଲରୁ ଭାଟ ହଟାଇ ଦେଇଥିଲେ । ଫଳରେ ପେଟ୍ରୋଲ ୧୦ ଓ ଡିଜେଲ ୫ ଟଙ୍କା ଶସ୍ତା ହୋଇଥିଲା ।