ନୂଆଦିଲ୍ଲୀ: ମହିଳା ଅନୁସରଣକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗୁଜରାଟର ଗାନ୍ଧୀନଗର କୋର୍ଟ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଆଶାରାମଙ୍କୁ କାଲି ସଜା ଶୁଣାଯିବ ବୋଲି ଜଣାପଡ଼ିଛି । ସେ ଏବେ ଯୋଧପୁର ଜେଲରେ ସଜା କାଟୁଛନ୍ତି। ୨୦୧୩ରେ ସୁରଟର ୨ ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଗାନ୍ଧୀନଗରର ସେସନ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ଉକ୍ତ ମାମଲାରେ ଜଡ଼ିତ ଥିବା ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ ଓ ଝିଅ ଭାରତୀଙ୍କ ସମେତ ୬ଜଣଙ୍କୁ ପ୍ରମାଣ ଅଭାବରୁ ଗାନ୍ଧୀନଗର କୋର୍ଟ ଖଲାସ କରିଥିଲେ ।
ସୂଚନାଯୋଗ୍ୟ, ୨୦୧୩ରେ ସୁରତର ୨ ଭଉଣୀ ଆଶାରାମ ବାପୁ ଓ ତାଙ୍କ ପୁଅ ନାରାୟଣ ସାଈଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ନାରାୟଣ ସାଈ ୨୦୦୨ରୁ ୨୦୦୫ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ସାନ ଭଉଣୀ ଅଭିଯୋଗ କରିଥିଲେ । ୨୦୧୮ରେ ଅନ୍ୟ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଯୋଧପୁର କୋର୍ଟ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡାବାସ ଶୁଣାଇଥିଲେ ।