ପାକିସ୍ତାନର ଏକ ମସିଜଦରେ ଆତ୍ମଘାତୀ ବିସ୍ଫୋରଣ, ୨୮ ମୃତ ଓ ୧୫୦ ଗୁରୁତର

ନୂଆଦିଲ୍ଲୀ: ପାକିସ୍ତାନର ପେଶୱାରସ୍ଥିତ ଏକ ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଫଳରେ ୨୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ଘଟଣାଟି ଜୋହାରର ନମାଜ ସମୟରେ ଘଟିଥିଲା । ଘଟଣା ପରେ ଅଞ୍ଚଳରେ ଆପତକାଳୀନ ସ୍ଥିତି ଲାଗୁ କରାଯାଇଛି । ପାକିସ୍ତାନ ସେନା ଉକ୍ତ ସ୍ଥାନକୁ ଘେରାଉ କରିଦେଇଛି । ଘଟଣା ଘଟିଥିବା ସ୍ଥାନଟି ସେନା ଅଫିସର ନିକଟତର ବୋଲି ଜଣାପଡ଼ିଛି ।

ସୁରକ୍ଷା ଅଧିକାରୀଙ୍କ ମୁତାବକ, ଆତ୍ମଘାତୀ ଆକ୍ରମଣକାରୀ ମସଜିଦରେ ନମାଜ ସମୟରେ ସବୁଠୁ ଆଗ ଧାଡ଼ିରେ ଥିଲା ଏବଂ ପରେ ନିଜକୁ ଗୁଳି ମାରି ଦେଇଥିଲା ।