ଝାରସୁଗୁଡ଼ା,ଏନ୍ଏନ୍ଏସ୍: ସ୍ୱର୍ଗତଃ ନବ ଦାସଙ୍କ ପ୍ରାର୍ଥୀବ ଶରୀର ଝାରସୁଗୁଡ଼ାସ୍ଥିତ ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚିଛି ।ପ୍ରାର୍ଥୀବ ଶରୀର ନିକଟରେ ପୁଅ ବିଶାଳ ଦାସ, ସ୍ତ୍ରୀ ଓ ସମ୍ପର୍କୀୟମାନେ ଉପସ୍ଥିତ ଅଛନ୍ତି । ସ୍ୱର୍ଗତଃ ଦାସଙ୍କ ପ୍ରାର୍ଥୀବ ଶରୀରଆଜି ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଭବ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ସମୟରେ ବିଜେଡି ନେତା ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ରୋହିତ ପୂଜାରୀ ଓ କୁସୁମ ଟେଟେ ଉପସ୍ଥିତ ଥିଲେ । ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ବେହେରାମାଲସ୍ଥିତ ବାସଭବନକୁ ପ୍ରାର୍ଥୀବ ଶରୀରକୁ ଅଣାଯାଇଥିଲା । ସାଧାରଣ ଲୋକଙ୍କ ଅନ୍ତିମ ଦର୍ଶନ ପାଇଁ ମନମୋହନ ସ୍କୁଲ ପଡ଼ିଆରେ କିଛି ସମୟ ପାଇଁ ସ୍ୱର୍ଗତ ଦାସଙ୍କ ପ୍ରାର୍ଥୀବ ଶରୀର ରଖାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ଅପରାହ୍ନ ସାଢ଼େ ୪ଟାରେ ଝାରସୁଗୁଡ଼ା-ସମ୍ବଲପୁର ସୀମା ଖେରୁଆଲ ବ୍ରିଜ ନିକଟ ନଦୀ ତୁଠରେ ସ୍ୱର୍ଗତ ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି ।