ନୂଆଦିଲ୍ଲୀ: କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ରେ ପୂର୍ବରୁ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହୋଇଛନ୍ତି । ଏହିକ୍ରମେ ଏବେ ଅଭିନେତ୍ରୀ ତଥା ରାଜନେତା ଉର୍ମିଲା ମାତୋଣ୍ଡକର ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଉର୍ମିଳା କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳେ ରାହୁଲଙ୍କ ସହ ଯାତ୍ରା ଆରମ୍ଭ କରିଥିଲେ । ଏହି ସମୟରେ କଂଗ୍ରେସ କର୍ମକର୍ତ୍ତା ଓ ସମର୍ଥକ ତାଙ୍କର ସ୍ୱାଗତ କରିବା ପାଇଁ ରାସ୍ତା କଡ଼ରେ ଲମ୍ବା ଲାଇନରେ ଠିଆ ହୋଇଥିଲେ । ସୋସିଆଲ ମିଡିଆରେ ଏବେ ରାହୁଲ ଓ ଉର୍ମିଲାଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।
ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଆଜି ସକାଳେ ଜମ୍ମୁର ନଗରୋଟା ସହରରୁ ଆରମ୍ଭ ହୋଇଛି ।