ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆଲୋଚନା ଚକ୍ର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ସଦର ମହକୁମାର ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ପ୍ରେମ ଚାନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ‘ନାଟକର ସଫଳତାରେ ଦର୍ଶକଙ୍କ ଭୂମିକା’ ଆଲୋଚନାର ବିଷୟ ଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କଳାକାର ସଂଗଠନକୁ ମଜବୁତ କରିବାକୁ ହେଲେ ପ୍ରତି ମାସରେ ଏପରିି ଭାବେ ଆଲୋଚନା ଚକ୍ର କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଆଲୋଚକ ଭାବେ ଡ଼ା. ନରେନ୍ଦ୍ର ମିଶ୍ର, ଡ଼ା. ସୌରଭ ଗୁପ୍ତା, ନାଟ୍ୟକାର ମନୋଜ କୁମାର ରଥ, ଗୋପାଳ ମହାରଣା, ସୁରେଶ ମହାନ୍ତି, ଦିଲ୍ଲୀପ ହୋତା ଓ ମଣି ଦୀପା ଗୁପ୍ତା ପ୍ରମୁଖ ଅଂଶଗ୍ରହଣ କରି ମଞ୍ଚ ନାଟକର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟକାର ନିର୍ଦ୍ଦେଶକ ପ୍ରକାଶ ସାମନ୍ତରାୟ, ଅସିତ କୁମାର ଦେଓ, ଜଗନ୍ନାଥ ରାଉତ, ଗୋକୁଳ ଚନ୍ଦ୍ର ଖଡ଼ଙ୍ଗା, ଈଶ୍ୱର ପାତ୍ର, ଅଶୋକ ପଟ୍ଟନାୟକ, ସ୍ୱର୍ଣଲତା ପଟ୍ଟନାୟକ ଓ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତ୍ରିଧାରା ନାଟ୍ୟ ସଂଘର ଫେସବୁକ ନାଟକର ସମସ୍ତ କଳାକାରଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସମସ୍ତ ବରେଣ୍ୟ ଅତିଥିଙ୍କୁ ଉପଢ଼ୌକନ ଓ ସ୍ମୃତି ଫଳକ ପ୍ରଦାନ କରି ସମ୍ମାନୀତ କରିବା ସହିତ ସହରର ୪ଜଣ ବରିଷ୍ଠ କଳାକାରଙ୍କୁ ସମ୍ମାନୀତ କରାଯାଇଥିଲା । ନାଟ୍ୟକାର ଜଗନ୍ନାଥ ବେହେରା ସମଗ୍ର କାର୍ଯ୍ୟକ୍ରମକୁ ସଫଳତା ସହିତ ପରିଚାଳନା କରିଥିଲେ ।