ନାଚୁଣୀ କଲେଜର ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିଲିକା,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ନାଚୁଣୀ କଲେଜର ଆଜି ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରକୃତି ରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ରାଜ କିଶୋର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ କୁମାର ପୂଜାରୀ, ମୁଖ୍ୟବକ୍ତା ଭାବେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗ ଦେଇଥିଲେ । ସେହିପରି ବିଶେଷ ଅତିଥିଭାବେ କଲେଜର ପ୍ରାକ୍ତନ ଛାତ୍ର ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଆମନ୍ତ୍ରିତ ଅତିଥିଭାବେ କଲେଜର ପ୍ରତିଷ୍ଠାତା ଡା. ବିଭୂତି ଭୂଷଣ ହରିଚନ୍ଦନ, କଲେଜର ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଯୋଗ ଦେଇଥିଲେ । ଅତିଥିମାନେ ମଞ୍ଚାସୀନ ହେବା ପୂର୍ବରୁ ପ୍ରଥମେ କଲେଜର ପ୍ରସ୍ତାବିତ ବିଜ୍ଞାନ ହଲର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସଭା ସଞ୍ଚାଳନରେ ଅଧ୍ୟାପିକା ଲୀନା ନଦୀଜା ସହଯୋଗ କରିଥିବାବେଳେ ଅଧ୍ୟାପିକା ସୁଶ୍ରୀ ସନ୍ତୋଷୀ ସାହୁ ବିବରଣୀ ପାଠ କରିଥିଲେ । ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ସିଲଡ ସହ ପୁରସ୍କୃତ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଂଗୀତ ଓ ମେଲୋଡି ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।