ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଘୁନସର ପଞ୍ଚାୟତ ଦେଉଳି ଗାଁରେ ୨୫ତମ ମକର ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୪ ପ୍ରହର ନାମଯଜ୍ଞ ଏବଂ କଂସ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କର୍ତା ଭାବେ ଦେବାର ସାହୁ ଓ ପତ୍ନୀ ମୌନାବତୀ ସାହୁ ଦାୟିତ୍ୱରେ ଥିବାବେଳେ ଦେବେନ୍ଦ୍ର ଦାଶ ମୁଖ୍ୟ ପୂଜକ, ସୁଦାମ ପଣ୍ଡା ଜପକ ଓ ପ୍ରମୋଦ ନାୟକ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ଏହି ଅବସରରେ ମା’ ମଙ୍ଗଳା ନାଟ୍ୟ କଳା ପରିଷଦ ଲାଠୋର କଳାକାରଙ୍କ ଦ୍ୱାରା ଅନୁଷ୍ଠିତ କଂସ ଦରବାର କାର୍ଯ୍ୟକ୍ରମରେ କଂସ ଭୂମିକାରେ ସୁଶାନ୍ତ କୁମାର ମେହେର, ଉଗ୍ରସେନ ଭୂମିକାରେ ଶଶୀ ଭୂଷଣ ମେହେର, ଅକ୍ରୁର ରବିନ୍ଦ୍ର ସାହୁ, ବସୁଦେବ କୈଳାଶ ଭୋଇ, ମହା ମନ୍ତ୍ର ହିମାଂଶୁ ମେହେର, ଚାଣୁର କୈଳାଶ ସୁନାନି, ମୁଣ୍ଟିକ ଶାନ୍ତନୁ ସାହୁ, ଦେବକୀ ରଶ୍ମିତା ଓ ଶିଖା ପ୍ରମୁଖ ଅଭିନୟ କରିଛନ୍ତି । ବାଦ୍ୟଯନ୍ତ୍ରରେ ନିରମା ନନ୍ଦ ବାଗ, ଅମୃତ ବିଶି ଓ ସୁନୀଲ ଭୋଇ ସହଯୋଗ କରୁଛନ୍ତି । ଦେବକୀ ବିବାହ, ଉଗ୍ରସେନ ଗାଦିଚ୍ୟୁତ ଓ କଂସ ସିଂହାସନ ପ୍ରାପ୍ତି ସମ୍ପୂର୍ଣ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଭାପତି ଶୁଭେନ ସିଂ ଭୋଇ, ସମ୍ପାଦକ ମୀନକେତନ ସେଠ, ଶୁକୃ ବାଗ, ଚମ୍ପୁ ସେଠ, ଅବିନ ସାହୁ, ବଞ୍ଚାନିଧି ବୁଡ଼େକ, ପ୍ରକାଶ ଗହୀର, ଡ଼ମନା ମାଝୀ, ମଙ୍ଗୁଲୁ ଭୋଇ ଓ ଆନନ୍ଦ ବାଗଙ୍କ ସମେତ ଘୁନସର ଶ୍ରୀ ଅରବିନ୍ଦ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରୁଛନ୍ତି ।