ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ମୋଦୀଙ୍କ ରୋଡ ଶୋ’

ନୂଆଦିଲ୍ଲୀ: ମିଶନ ୨୦୨୪ର ରଣନୀତି ପ୍ରସ୍ତୁତ କରିବା ପାଇଁ ଦିଲ୍ଲୀରେ ୨ ଦିନିଆ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଦିଲ୍ଲୀର ଏମଡିଏମସି କନଭେକ୍ସନ ସେଣ୍ଟରରେ ହେବାକୁ ଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଗା ରୋଡ ଶୋ’ କରିବେ । ଦିଲ୍ଲୀର ପଟେଲ ଚୌକରୁ ଏମଡିଏମସି ବିଲ୍ଡିଂ ପର୍ଯ୍ୟନ୍ତ ରୋଡ ଶୋ’ ହେବ । ଏହାବ୍ୟତୀତ ବିଜେପିର ପାଖାପାଖି ୩୫୦ ପଦାଧିକାରୀ ବୈଠକ କରୁଛନ୍ତି । ଏଥିସହିତ ଆଜି ସକାଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସବୁ ରାଜ୍ୟର ପ୍ରଭାରୀ ଓ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ ।