କଂଗ୍ରେସର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ସହର ଝାରଦେବନ୍ଦସ୍ଥିତ ବନ ବିଭାଗ ନର୍ସରୀରେ ଟିଟିଲାଗଡ଼ କଂଗେସ କର୍ମୀଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପିସିସି ସଭ୍ୟ ଡମ୍ବରୁଧର ଛତ୍ରିଆ, ସୁମନ ବେହେରା, ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର ମିଶ୍ର, ଝସ କେତନ ଛତର, ତୁଳସୀ ସାହୁ ଓ ସେବାଦଳ ମୁଖ୍ୟ ଦେବାନନ୍ଦ ସାହୁ ପ୍ରମୁଖ ମଞ୍ଚସୀନ ଥିଲେ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଉପସ୍ଥିତ ଲୋକଙ୍କୁ କଂଗ୍ରେସ ସହ ଯୋଡ଼ିବା, ପ୍ରତି ବୁଥରେ କର୍ମୀ ସଂଗ୍ରହ କରିବା, ପ୍ରତି ଗ୍ରାମପଞ୍ଚାୟତରେ ଜନ ସଚେତନତା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦୁର୍ନୀତି, ଗରିବ ମାରଣା ଯୋଜନା, ପୁଞ୍ଜିପତିଙ୍କ ସରକାର ଉପଯୁକ୍ତ ସମୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ କଂଗ୍ରେସକୁ ଆହୁରି ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ଏନେଇ ଉପସ୍ଥିତ କର୍ମୀମାନେ ବିଭିନ୍ନ ସମସ୍ୟାକୁ ନେଇ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପସ୍ଥିତ କର୍ମୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା ଯୋଜନା, ବିଭିନ୍ନ କାମରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଦଳୀୟ ନେତାଙ୍କୁ ଏହା ଉପରେ ପ୍ରତିବାଦ କରିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ ପରିଚାଳନା କରିଥିବାବେଳେ ଯୁବନେତା ସୁରଜ ବେହେରା, କ୍ଷୀର ସାଗର ବର୍ମା, ବରିଷ୍ଠ କଂଗ୍ରେସ ନେତା ବିଚିତ୍ର ବାଗ, ବୀରେନ୍ଦ୍ର ବାଗ, ଚମାର ବେହେରା ଓ ପିତବାସ ଚିନାଗୁନ ଚପଳା ରଣାଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଯୁବନେତା ଅଭିଷେକ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।