କର୍ଣ୍ଣାଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲୀରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ୨୬ତମ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହାପୂର୍ବରୁ ହୁବଲୀରେ ରୋଡ ଶୋ’ କରିଥିଲେ । ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଆଜିର ଅମୃତ କାଳରେ ଆମକୁ ଆମ କର୍ତ୍ତବ୍ୟକୁ ବୁଝି ଆଗକୁ ବଢ଼ିବାକୁ ପଢ଼ିବ । ଏଥିଲାଗି ଯୁବବର୍ଗଙ୍କୁ ସ୍ୱାମୀ ବିବେକାନନ୍ଦଙ୍କଠାରୁ ପ୍ରେରଣା ମିଳିବ । ମୁଁ ଏହି ଅବସରରେ ତାଙ୍କୁ ନମନ କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ୨୦୨୩ ବର୍ଷର ରାଷ୍ଟ୍ରୀୟ ଯୁବ ଦିବସର ଏହି ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ଏହା ଶକ୍ତି ମହୋତ୍ସବ ଅନ୍ୟପଟେ ସ୍ୱାଧୀନତାର ଅମୃତ ମହୋତ୍ସବ । ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ପୂର୍ବରୁ ଆଦୌ ଅଟକନି ।