ଭଗବାନ ରାମଙ୍କୁ ନେଇ କଂଗ୍ରେସ ସାଂସଦ ଦେଇଥିବା ଭାଷଣ ଭାଇରାଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସପ୍ତଗିରି ଉଲକା ସଂସଦରେ ଦେଇଥିବା ଏକ ଭାଷଣ ଏବେ ଖୁବ୍ ଭାଇରାଲ ହେଉଛି । ଉକ୍ତ ଭାଷଣରେ ଶ୍ରୀ ଉଲକା ଆଦିବାସୀ ଓ ବନବାସୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଛନ୍ତି । ଶ୍ରୀ ଉଲକା କହିଛନ୍ତି ଯେ, ଆଦିବାସୀର ଅର୍ଥ ହେଉଛି ପ୍ରଥମ ନିବାସୀ । ମୁଁ ଜଙ୍ଗଲୀ ହୋଇପାରେ କିନ୍ତୁ ବନବାସୀ ନୁହେଁ । ବନବାସୀ କହି ଆପଣ ଆମକୁ ଅଲଗା କରିପାରିବେ ନାହିଁ । ଭଗବାନ ଶ୍ରୀରାମ ବନବାସୀ ଥିଲେ କିନ୍ତୁ ଶବରୀ ମାତା ଆଦିବାସୀ ଥିଲେ ।

ସୂଚନାଯୋଗ୍ୟ, ଏସଟି ସଂଶୋଧନ ବିଲ ଉପରେ ସାଂସଦ ସପ୍ତଗିରି ଉଲକା ୨୦୨୨ ଡିସେମ୍ବର ୧୫ରେ ସଂସଦରେ ଭାଷଣ ଦେଇଥିଲେ । ଉକ୍ତ ଭାଷଣଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।